ଭୁବନେଶ୍ୱର,୩୧/୦୫: ଆଉ ଜଣେ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବ୍ରହ୍ମପୁରର ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଯନ୍ତ୍ରୀ ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି । ଏକକାଳୀନ ୪ଟି ସ୍ଥାନରେ ଚଢାଉ ଜାରି ରହିଛି । ସେହିପରି ଗତକାଲି ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ତାଙ୍କ ଘରୁ ଜବତ ହୋଇଥିଲା କୋଟି କୋଟି ଟଙ୍କା । ଏଥିସହିତ ପୁରୀ ଓ ଅନୁଗୁଳରୁ ୭ଟି ପ୍ଲଟ୍ ଓ ୪ଟି ଫ୍ଲାଟ୍ ଠାବ ହୋଇଛି । ବାବୁଙ୍କ ଘରେ ଟଙ୍କା ଗଣି ଗଣି ଭିଜିଲାନ୍ସ ଅଧିକାରୀ ହାଲିଆ ହେଲେ ପଛେ ଟଙ୍କା ଗଣା ସରିପାରି ନଥିଲା । ଶେଷରେ ଟଙ୍କା ଗଣା ମେସିନ ଲାଗିଥିଲା ।