ଭୁବନେଶ୍ୱର,୩୦/୦୫: ଭିଜିଲାନ୍ସ ଜାଲରେ ପଡ଼ିଲେ ଭୁବନେଶ୍ୱର ଗ୍ରାମ ଉନ୍ନୟନ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ଅନୁଗୁଳ, କଟକ ଓ ଢେଙ୍କାନାଳ ଭିଜିଲାନ୍ସ ବିଭାଗ ମିଳିତ ଭାବେ ଚଢ଼ାଉ କରାଯାଉଛି । ଅନୁଗୁଳ କରଡ଼ାଗାଡ଼ିଆରେ ଥିବା ଦୁଇ ମହଲା କୋଠା, ଶିକ୍ଷକପଡ଼ାରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଉଛି । ସେହିପରି ଲୋକେଇପାସିରେ ଥିବା ପୈତୃକ ଘର, ମାଟିଆ ସାହିରେ ଥିବା ଘରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ । ଏହାସହ ଭୁବନେଶ୍ବର ଡୁମୁଡୁମାରେ ଥିବା ଘର ଓ ଭୁବନେଶ୍ବର ଅଫିସ୍ ସମେତ ପୁରୀ ପିପିଲି ଅଞ୍ଚଳର ଶିଉଳାରେ ରେଡ୍ କରାଯାଉଛି। ଅନୁଗୁଳରେ ଚଢ଼ାଉ ବେଳେ ନଗଦ ୯୦ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଜବତ ହୋଇଛି । ସବୁଠୁ ବଡ଼ କଥା ହେଉଛି ଅବସର ପୂର୍ବରୁ ମାଡ଼ିବସିଲା ଭିଜିଲାନ୍ସ । ଆଉ ଦୁଇ ଦିନ ପରେ ସରିଥାନ୍ତା ଚାକିରି ଜୀବନ ।