ଭୁବନେଶ୍ବର,୨୯/୦୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ ଶେଷ ହୋଇଛି । ରାଜ୍ୟ କ୍ୟାବିନେଟରେ ୩ ବିଭାଗର ୪ଟି ପ୍ରସ୍ତାବରେ ମୋହର ବାଜିଛି । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଓଡ଼ିଶାରେ ପ୍ରୟୋଗ ପାଇଁ ୧୯୪୮ର ୬୩ତମ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଛି । ୨୦ କିମ୍ବା ଅଧିକ କର୍ମଚାରୀ ନିୟୋଜିତ କରିଥିବା ଦୋକାନ, ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ଲାଗୁ ହେବ । ଓଡ଼ିଆରେ ସାଇନ ବୋର୍ଡ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଏଣେ କେନ୍ଦୁଝର ଘଟଗାଁ ତାରିଣୀ ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନତି ପାଇଁ ଡିପିଆର୍ ପ୍ରସ୍ତୁତି ସରିଛି । ୬୯ ଏକରରେ ପାରିପାର୍ଶ୍ୱିକ ଉନ୍ନତି ହେବ । ଏଥିଲାଗି ଖର୍ଚ୍ଚ ହେବ ୨୨୬ କୋଟି ଟଙ୍କା । ଏକ ହଜାର ବିଶିଷ୍ଟ ଯାତ୍ରୀ ନିବାସ, ନଡ଼ିଆ ଭଣ୍ଡାର, ଏକା ସାଙ୍ଗରେ ବସିଲା ଭଳି ୫୦୦ ସିଟ୍ ବିଶିଷ୍ଟ ହଲ ନିର୍ମାଣ ହେବ। ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ବିଦ୍ୟାଳୟର ବିକାଶ ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଛି। ଶିକ୍ଷା ଅଧିକାରୀ ଆଇନ ୨୦୦୯ର ଉଦ୍ଦେଶ୍ୟକୁ ପୂରଣ ପାଇଁ ସମନ୍ୱୟ ରକ୍ଷା କରି ପ୍ରତି ପଞ୍ଚାୟତ ସ୍ତରରେ ପ୍ରାଥମିକ ସ୍ତରରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ସ୍ଥାପନ ହେବ । ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ୍ ମିଳିବ । ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ । ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା କରିବେ । ଗଣଶିକ୍ଷା ବିଭାଗର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାକୁ ମଞ୍ଜୁରୀ ।