ଓଡିଶା ବଜେଟରେ କେଉଁ ବିଭାଗକୁ ମିଳିଲା କେତେ?

ଭୁବନେଶ୍ୱର,୨୦/୦୨: ଆଜି ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହୋଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ୨୫,୦୦୩.୩୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧୭,୭୩୬.୯୩ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୧୬,୧୨୨.୯୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା: ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ସରକାର ୧୫,୮୪୯.୩୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଜଳ ସମ୍ପଦ ବିଭାଗ ପାଇଁ ୧୪,୫୦୦ କୋଟି ଟଙ୍କା ରଖାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୧୩,୫୯୨.୧୭ କୋଟି ଟଙ୍କା ବ୍ୟୟ ହେବ । ପୂର୍ତ୍ତ ବିଭାଗ ପାଇଁ ୧୦,୭୨୬ କୋଟି ଟଙ୍କାର ପାଣ୍ଠି ଦିଆଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଇଁ ୯,୫୦୦ କୋଟି ଟଙ୍କା ରଖାଯାଇଛି ।

Leave a Reply

Your email address will not be published. Required fields are marked *