ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ବସିବ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର,୨୧/୦୮: ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ବସିବ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ । ୧୮ ତାରିଖରୁ ଆରମ୍ଭ ହୋଇ ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏଥର ଆଶାଠୁ ଅନେକ ବିଳମ୍ବରେ ବସିବାକୁ ଯାଉଛି ମୌସୁମୀ ଅଧିବେଶନ । ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ଯେଉଁଥିରେ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଣିବାକୁ ଯୋଜନା କରୁଛନ୍ତି । ହେଲେ ବିରୋଧୀ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ସରକାରଙ୍କୁ ଘେରିବାକୁ ଯୋଜନା କରୁଛନ୍ତି । ତେବେ ବିଧାନସଭା ମୌସୁମୀ ଅଧିବେଶନ ନେଇ ତାରିଖ ଆସିବାପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଏଥର ନାରୀ ନିର୍ୟାତନା, ଛାତ୍ରୀ ଆତ୍ମାହୁତି, ଚାଷୀ ହନ୍ତସନ୍ତ ପ୍ରସଙ୍ଗରେ ସ୍ୱର ଉଠାଇବ ବିଜେଡି । ଗଲା ଦେଢ଼ ବର୍ଷ ଭିତରେ ସରକାର ଯେଉଁ ସବୁ କୃତିତ୍ୱ ଅର୍ଜନ କରିଛନ୍ତି, ସେ ନେଇ ସରକାରଙ୍କ ବିଜେଡି ପ୍ରଶ୍ନ କରିବ ବୋଲି ପ୍ରମିଳା କହିଛନ୍ତି ।