ଓଡ଼ିଶାର ଗଣତାନ୍ତ୍ରିକ ଇତିହାସରେ ଆଜିର ଦିନ ମନେ ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭/୧୧: ବିଧାନସଭାରେ ଅଭିଭାଷଣ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି କହିଲେ, ଓଡ଼ିଶାର ଗଣତାନ୍ତ୍ରିକ ଇତିହାସରେ ଆଜିର ଦିନ ମନେ ରହିବ । ଆମ ବିଧାନସଭାରୁ ହିଁ ରାଷ୍ଟ୍ରପତି ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ସେ ଜନ୍ମଭୂମି ଓ କର୍ମଭୂମିକୁ ଭୁଲିନାହାନ୍ତି । ମଣିଷ ଯେତେ ବଡ଼ ହେଲେ ବି କର୍ମ ଓ ଜନ୍ମଭୂମିକୁ ଭୁଲିବା ନାହିଁ ବୋଲି ପ୍ରମାଣ କରିଛନ୍ତି ରାଷ୍ଟ୍ରପତି ।ଅନେକ କଷ୍ଟ ପରେ ଜୀବନରେ କେବେ ହାର ମାନିନାହାନ୍ତି ରାଷ୍ଟ୍ରପତି । ମୋର ଆଜି ବି ମନେ ଅଛି ସ୍କୁଲରେ ପଢିବା ବେଳେ କେମିତି ଜଙ୍ଗଲରୁ କାଠ ସଂଗ୍ରହ କରୁଥିଲେ । ସେଦିନର ଅଭିଭାଷଣ ଆଜି ବି ମୋର ମନେ ଅଛି । ଅନେକ ସଂଘର୍ଷରୁ ସଫଳ ହୋଇଛନ୍ତି ରାଷ୍ଟ୍ରପତି । ଦଳମତ ନିର୍ବିଶେଷରେ ଏହାକୁ ମୁକ୍ତକଣ୍ଠରେ ନିଶ୍ଚିତ ସ୍ବୀକାର କରିବେ । ବ୍ୟକ୍ତିଗତ ଭାବରେ ମୁଁ ବହୁତ ଗର୍ବିତ । ଓଡ଼ିଶା ରାଜ୍ୟରେ ଅନେକ ଜନଜାତି ସଂପ୍ରଦାୟର ଲୋକ ବସବାସ କରନ୍ତି ।