ଓସିଏ ପକ୍ଷରୁ ଓଡ଼ିଶା ପ୍ରୋ ଟି20 ଲିଗ୍ ଘୋଷଣା

କଟକ, ୦୭/୦୭:  ଓଡ଼ିଶା କ୍ରିକେଟ୍ ଅସୋସିଏସନ୍ (ଓସିଏ) ପକ୍ଷରୁ ଓଡ଼ିଶା ପ୍ରୋ ଟି20 ଲିଗ୍ (ଓପିଟିଏଲ୍) ଘୋଷଣା ହୋଇଛି। ଏହା ଗୋଟିଏ ଐତିହାସିକ ଫ୍ରାଞ୍ଚାଇଳି ଆଧାରିତ ଟି20 ଟୁର୍ଣ୍ଣାମେଣ୍ଟ ଯାହାକି ସେପ୍ଟେମ୍ବର ୨୦୨୫ରେ ଆରମ୍ଭ ହେବାକୁ ଯାଉଛି।  ଏହି ଲିଗ୍ ରାଜ୍ୟର କ୍ରିକେଟକୁ ଏକ ନୂଆ ଦିଗ ଦେବା ବୋଲି ଆଶା କରାଯାଉଛି।

ଓପିଟିଏଲ୍‌ ଏକ ପ୍ରତିଷ୍ଠିତ ମଞ୍ଚ ଭାବେ ଉନ୍ମୁକ୍ତ ହେବାକୁ ଯାଉଛି, ଯେଉଁଠାରେ ଉଦୟମାନ ପ୍ରତିଭା ମାନେ ଉଚ୍ଚ ସ୍ତରୀୟ ପ୍ରତିସ୍ପର୍ଦ୍ଧା, ବିସ୍ତୃତ ମଞ୍ଚ ଓ ଶ୍ରେଷ୍ଠ ଖେଳାଳି ମାନଙ୍କ ସହ ଖେଳିବାର ଅବସର ପାଇବେ। ଓସିଏର ସମ୍ପାଦକ  ସଂଜୟ ବେହେରା ଏହି  ଅବସରରେ କହିଛନ୍ତି, “ଓଡ଼ିଶା ପ୍ରୋ ଟି20 ଲିଗ୍ ଓଡ଼ିଶାର କ୍ରିକେଟ୍ ଯାତ୍ରାରେ ଏକ ପରିବର୍ତ୍ତନଶୀଳ ପଦକ୍ଷେପ। ଉତ୍ତମ ପ୍ରତିଭା ଏବଂ ପ୍ରଗତିଶୀଳ ପ୍ରବନ୍ଧନ ସହିତ ଏହି ଲିଗ୍ ଭାରତୀୟ ଘରୋଇ କ୍ରିକେଟରେ ଏକ ଦୃଢ଼ ପରିଚୟ ଗଠନ କରିବ ବୋଲି ଆମେ ଆଶା ରଖୁଛୁ। ଓଡ଼ିଶା ଏଭଳି ଏକ ରାଜ୍ୟ ଯାହା ବିଭିନ୍ନ ଖେଳର ଉନ୍ନତି ପାଇଁ ଦାୟିତ୍ବ ଗ୍ରହଣ କରିଆସିଛି ଆଉ ଏବେ ସମୟ ହେଉଛି କ୍ରିକେଟ୍ ର। ଯୋଜନା ଏବଂ ରୂପାନ୍ତରଣର ଉତ୍କର୍ଷତା ସୁନିଶ୍ଚିତ କରିବା ପାଇଁ ଓସିଏ ଏହି ଲିଗ୍ ପାଇଁ ଅରିଭା ସ୍ପୋର୍ଦ୍ଧା ସହିତ ସ୍ବତନ୍ତ୍ର ପରିଚାଳନା ସହଯୋଗୀ ଭାବେ ଯୋଡି ହେଇଛି । ଅରିଭା ସ୍ପୋର୍ଟର ଉତ୍ତମ ଟ୍ରାକ୍ ରେକର୍ଡ ମଧ୍ଯ ଅଛି।

ପଶ୍ଚିମ ବଙ୍ଗ, ବିଦର୍ଭ ଓ ସୌରାଷ୍ଟ୍ରରେ ଏହି ଅନୁଷ୍ଠାନ ସମାନ ପ୍ରକାର ଲିଗ୍ କୁ ସଫଳତାର ସହ ରୂପାନ୍ତରଣ କରିଛି । ଅରିଭା ସ୍ପୋର୍ଡ଼ର ସହ-ସଂସ୍ଥାପକ  ରଜନୀଶ ଚୋପ୍ରା କହିଛନ୍ତି, “ଓସିଏ ସହିତ ମିଶି ଏହି ଲିଗ୍ ପରିଚାଳନା କରିବାରେ ଆମେ ଅତ୍ୟନ୍ତ ଉତ୍ସାହିତ । ଏହା କେବଳ ମନୋରଞ୍ଜନ ନୁହେଁ, ବରଂ ତୃଣମୂଳ ସ୍ଥଳରୁ କ୍ରିକେଟର ଉନ୍ନତି ପ୍ରତି ଏକ ପଦକ୍ଷପ ଓଡ଼ିଶା ପ୍ରୋ ଟି20 ଲିଗ୍ ଗୋଟାଏ ଏମିତି ମଞ୍ଚ ଯାହା ଲୁଚି ରହିଥ‌ିବା ପ୍ରତିଭାକୁ ସାମ୍ନାକୁ ଆଣିବାରେ ଓ ଭବିଷ୍ୟତରେ ରାଜ୍ୟର କ୍ରିକେଟ୍ ପ୍ରତି ଏକ ଗୁରୁତ୍ବପୂର୍ଣ ଭୂମିକା ନିବାହ କରିପାରିବ।

ଲିଗ୍ ଆରମ୍ଭ ହବା ସହିତ, ଓସିଏ ବିଭିନ୍ନ ସଂସ୍ଥାମାନଙ୍କୁ ଫ୍ରାଞ୍ଚାଇଜି ଓନର୍ସିପ୍ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ ଜଣାଇଛି। ଫ୍ରାଞ୍ଚାଇଜି ରାଇଟ୍ସ ସୁନିଶ୍ଚିତ କରିବା ପାଇଁ Expression of Interest (EOI) ଡକ୍ୟୁମେଣ୍ଟ ଜୁଲାଇ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଓସିଏର ଓବସାଇଟ୍ (www.odishacricket.in) ରୁ ଡାଉନଲୋଡ୍ କରାଯାଇ ପାରିବ। ଆଗ୍ରହୀ ଅନୁରୋଧକମାନେ Eଠାରେ ଦିଆ ଯାଇଥ‌ିବା ନିର୍ଦ୍ଦେଶନାମା ଅନୁଯାୟୀ ଆବେଦନ କରିବା ଦରକାର।

ଫ୍ରାଞ୍ଚାଇଜି ଆବଣ୍ଟନ ଏକ ମେରିଟ୍-ଆଧାରିତ ପ୍ରକ୍ରିୟା ମାଧ୍ୟମରେ ହେବ । ଏଥିସହ ଏହା ଦ୍ବାରା ଓଡ଼ିଶାର କ୍ରିକେଟ୍ ବିକାଶ ପ୍ରତି ଏକ ଉଦ୍ୟମ ଉପରେ ଗୁରୁତ୍ବ ମଧ୍ଯ ଦିଆଯିବ। ଟୁର୍ଣ୍ଣାମେଣ୍ଟର ସୂଚୀ, ଦଳ ସଂଖ୍ୟା, ଖେଳାଳିଙ୍କ ଡ୍ରାଫ୍ ଓ ବ୍ୟବସାୟିକ ଭାଗିଦାରୀ ସମ୍ପର୍କରେ ଶୀଘ୍ର ଘୋଷଣା କରାଯିବ।