ଭୁବନେଶ୍ୱର,୧୦/୧୧: ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ। ନିଜ ନିଜର ମତାଧିକାର ସାବ୍ୟସ୍ତ କରି ନେତା ବାଛିବେ ଜନତା । ଏଥିପାଇଁ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି ପ୍ରଶାସନିକ ପ୍ରସ୍ତୁତି । ଆଜି ବିଭିନ୍ନ ମତଦାନ କେନ୍ଦ୍ର ଗୁଡ଼ିକରେ ପହଁଚିବେ ପୁଲିଂ ପାର୍ଟି । ସମ୍ବେଦନଶୀଳ ୮ଟି ବୁଥକୁ ସ୍ବତନ୍ତ୍ର ହେଲିକପ୍ଟରରେ ଯିବାର ବ୍ୟବସ୍ଥା କରାଯାଇଛି । ଇଭିଏମରେ କିପରି ମତଦାନ କରାଇବେ ପୁଲିଂ ଅଧିକାରୀଙ୍କୁ ସେନେଇ ପ୍ରଶିକ୍ଷଣ ଦିଆଯାଇଛି । ମତଦାନ ଦିନ ଅପରାହ୍ନ ୫ଟା ଯାଏଁ ଭୋଟିଂ ପ୍ରକ୍ରିୟା ଜାରି ରହିବ । ସମ୍ବେଦନଶୀଳ ବୁଥରେ ୪ଟା ଯାଏ ହେବ ଭୋଟ୍। ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାକର୍ମୀ ସୁରକ୍ଷା ଯୋଗାଇଦେବେ ।ସେପଟେ ରବିବାର ସଂଧ୍ୟାରୁ ପ୍ରଚାର ଥମିଥିବା ବେଳେ ନିର୍ବାଚନ ଆଚରଣ ବିଧି ନିୟମ ଅନୁସାରେ ଡେରା ପକାଇଥିବା ବାହାର ନେତା ଓ କର୍ମୀ ବି ନୂଆପଡ଼ା ଛାଡ଼ିଛନ୍ତି ।