ନୂଆପଡା ନିର୍ବାଚନ ଫଳାଫଳ: ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ପଛରେ ପକାଇଲା ଦ୍ୱତୀୟ ସ୍ଥାନରେ କଂଗ୍ରେସ

ଭୁବନେଶ୍ୱର,୧୪/୧୧: ଆଜି ପୂରା ଦେଶର ନଜର ଯେମିତି ବିହାର ଉପରେ , ପୂରା ରାଜ୍ୟର ନଜର ବି ନୂଆପଡ଼ା ଭୋଟ ଗଣତି ଉପରେ ରହିଛି। ବର୍ତ୍ତମାନ ଟ୍ରେଣ୍ଡ ତଥା ଚତୁର୍ଥ ରାଉଣ୍ଡ ଗଣତି ଅନୁସାରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଜୋରସୋରରେ ଆଗେଇ ଚାଲିଛନ୍ତି । ୧୨ ହଜାର ୮୧୫ ଭୋଟରେ ଆଗୁଆ ଅଛନ୍ତି ଜୟ । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୫୩୨୦ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୬୦୮୮ ଖଣ୍ଡ ଭୋଟ୍ ମିଳିଛି । ଏବେ କିନ୍ତୁ ପଞ୍ଚମ ରାଉଣ୍ଡ ସୁଦ୍ଧା ନୂଆପଡାରେ ବିଜେପି ଆଗରେ ରହିଛି । କିନ୍ତୁ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆକୁ ପଛରେ ପକାଇ ଦ୍ୱତୀୟ ସ୍ଥାନରେ କଂଗ୍ରେସ ଘାସିରାମ ମାଝୀ ଅଛନ୍ତି ।