ନୂଆପଡ଼ା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ଜାଣନ୍ତୁ କେବେ ମତଦାନ ଓ ଭୋଟ ଗଣତି ?

ଭୁବନେଶ୍ୱର,୦୬/୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ନଭେମ୍ୱର ୧୧ରେ ନୂଆପଡ଼ା ଉପନିର୍ବାଚନ ହେବ । ସେହିପରି ନଭେମ୍ୱର ୧୪ ତାରିଖରେ ହେବ ଭୋଟ ଗଣତି । ବିହାର ସହ ନୂଆପଡ଼ା ଉପନିର୍ବାଚନ ନେଇ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିସନର । ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ସିଟ୍ ଖାଲି ପଡ଼ିଥିଲା । ତେବେ ଏହି ଆସନରେ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର । ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେପି ସରକାରକୁ ଆସିବା ପରେ ଏହା ପ୍ରଥମ ଉପନିର୍ବାଚନ ।