ଅକ୍ଟୋବର ୬ରେ ନୂଆପଡ଼ା ଉପନିର୍ବାଚନ ପାଇଁ ଘୋଷଣା ହେବ ତାରିଖ

ଭୁବନେଶ୍ୱର,୨୮/୦୯:  ଅକ୍ଟୋବର ୬ରେ ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ  ଘୋଷଣା ହେବ । କିନ୍ତୁ ତା’ ପୂର୍ବରୁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ସପକ୍ଷରେ ମତଦାନ ପାଇଁ ଦାବି କରିଛନ୍ତି । ଶାସକ ଦଳ ବିଜେପି ଉପନିର୍ବାଚନ ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ନୂଆପଡ଼ାରେ ଆମେ ନିଶ୍ଚୟ ଜିତିବୁ । ଆମେ ଜିତିବା ପାଇଁ ଲୋକମାନେ ଚାହୁଛନ୍ତି । ବିଜେପି ଜିତିଲେ ସେ ଅଞ୍ଚଳର ଥିବା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବ ବୋଲି ମନମୋହନ କହିଛନ୍ତି । ଏହାବ୍ୟତୀତ ଦଳର ପ୍ରାର୍ଥୀ କିଏ ହେବେ, ସେ ସମ୍ପର୍କରେ ମନମୋହନ କହିଛନ୍ତି ଯେ ସଂସଦୀୟ ଦଳର ନିଷ୍ପତ୍ତି ପରେ ଚିତ୍ର ସ୍ପଷ୍ଟ ହେବ । ସେପଟେ କଂଗ୍ରେସ ନୂଆପଡ଼ା ପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି । ବିଜେପିକୁ କାଉଣ୍ଟର କରି କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । କହିଛନ୍ତି, ନୂଆପଡ଼ାରେ ଯାହା କଲେ ବି ବିଜେପି ଜିତିପାରିବ ନାହିଁ । ଖୁବଶୀଘ୍ର କଂଗ୍ରେସରେ ଅନେକ ଲୋକ ଯୋଗ ଦେବେ ।