ନୂଆଦିଲ୍ଲୀ,୧୭/୦୧: ୨୦୧୯ ଶେଷ ଭାଗରେ ଚୀନ୍ର ଉହାନ ସହରରୁ ଆରମ୍ଭ ହୋଇଥିବା କୋଭିଡ-୧୯ ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିଲା । ଏବେ ଆଉ ଏକ ଭାଇରସ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି । ଏହି ଭାଇରସକୁ ନୋରୋଭାଇରସ୍ କୁହାଯାଉଛି । ଏହି ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଗୋଟିଏ ସ୍କୁଲରେ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହା ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଦକ୍ଷିଣ ଚୀନ୍ର ଗୁଆଙ୍ଗଡୋଙ୍ଗ ପ୍ରଦେଶର ଫୋସାନ ସହରର ଏକ ସିନିୟର ହାଇସ୍କୁଲର ୧୦୩ ଜଣ ଛାତ୍ରଛାତ୍ରୀଙ୍କ ନମୁନା ପରୀକ୍ଷା ରିପୋର୍ଟ ନୋରୋଭାଇରସ ପଜିଟିଭ୍ ଆସିଛି । । ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଶନିବାର କହିଛନ୍ତି ଯେ , କୌଣସି ମାମଲା ଗୁରୁତର ନୁହେଁ । ଏନେଇ କୌଣସି ମୃତ୍ୟୁ ରିପୋର୍ଟ ହୋଇନାହିଁ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପେଟ ସଂକ୍ରମଣ, ବାନ୍ତି ଓ ଡାଇରିଆ ଭଳି ଲକ୍ଷଣ ପ୍ରକାଶ ପାଇଥିଲା। ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି । ସ୍କୁଲ କ୍ୟାମ୍ପସକୁ ପରିଷ୍କାର କରାଯାଇଛି । ସଂକ୍ରମଣକୁ ନେଇ ଏକ ମହାମାରୀ ସର୍ଭେ ଚାଲିଛି।