ଶ୍ରୀକ୍ଷେତ୍ରରେ ଆଉ ଏଠି ସେଠି ବିକ୍ରି ହେବନି ଆମିଷ

ଭୁବନେଶ୍ୱର,୨୪/୧୧: ଶ୍ରୀକ୍ଷେତ୍ରରେ ଆଉ ଏଠି ସେଠି ବିକ୍ରି ହେବନି ଆମିଷ । ଗୋଟିଏ ବିଲ୍ଫିଂ ରେ ଥଇଥାନ ହେବେ ମାଛ ବେପାରୀ । ପ୍ରାଥମିକ ପର୍ଯ୍ୟାୟରେ ୨୫୦ ବୁଲା ବେପାରୀ ହେବେ ଥଇଥାନ । ୨୦୧୯ରୁ କାମ ଆରମ୍ଭ ହୋଇ ସରୁନଥିଲା କାର୍ଯ୍ୟ । ମାଛ ବ୍ୟବସାୟୀଙ୍କ ପାଇଁ ଏହା ରାଜ୍ୟ ସରକାରଙ୍କ ବଡ ଭେଟି । ଶ୍ରୀକ୍ଷେତ୍ରରେ ୬ବର୍ଷ ପରେ ତାଳ ବଣିଆରେ ବହୁ ପ୍ରତିକ୍ଷୀତ ସ୍ଵଚ୍ଛ ମାଛ ବଜାର କାର୍ଯ୍ୟ ଶେଷ ହୋଇଛି । ଆଉ ଏଣିକି ଏଠି ସେଠି ବସି ମାଛ ବିକିବେନି ବ୍ୟବସାୟୀ । ପ୍ରାଥମିକ ପର୍ଯ୍ୟାୟରେ ଦୁଇ ମହଲା ବିଶିଷ୍ଟ ବିଲ୍ଡିଂ ରେ ଥଇଥାନ ହେବେ ୨୫୦ ବେପାରୀ । ୨୦୧୯ ରେ ମାର୍କେଟର ରୂପରେଖ ହୋଇ ୬ କୋଟିର ବ୍ୟୟବରାଦ ବି ହୋଇଥିଲା ।