୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ କଫ୍ ସିରପ୍ ନଦେବାକୁ ସର୍କୁଲାର ବି ଜାରି

ନୂଆଦିଲ୍ଲୀ, ୩/୧୦: ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୧୧ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହା ପରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକାଧିକ ଟେଷ୍ଟ କରିଛି । କଫ୍ ସିରଫରେ କୌଣସି କ୍ଷତିକାରକ କେମିକାଲ ମାତ୍ରା ନାହିଁ ବୋଲି ସ୍ପଷ୍ଟ କରିଛି। ଏହା ସହ ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ କଫ୍ ସିରପ୍ ନଦେବାକୁ ସର୍କୁଲାର ବି ଜାରି କରିଛି । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ୧୧ ଶିଶୁଙ୍କ ମୃତ୍ୟୁ ପରେ ଘଟଣାସ୍ଥଳକୁ ଯାଇ କଫ୍ ସିରପର ସାମ୍ପୁଲ ସଂଗ୍ରହ କରି ଟେଷ୍ଟ କରାଯାଇଛି । ଏଥିରେ ଡାଥିଲିନ୍ ଗ୍ଲାଇକଲ୍ ଓ ଏଥିଲିନ୍ ଗ୍ଲାଇକଲ୍ ଭଳି କ୍ଷତିକାରକ କେମିକାଲ ନାହିଁ ବୋଲି ସ୍ପଷ୍ଟ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।ଏହା ଏଭଳି କେମିକାଲ ଯାହା କିଡନିକୁ ପ୍ରଭାବିତ କରେ । ତେବେ ଡାକ୍ତରୀ ଟିମ୍ ଶିଶୁ ମୃତ୍ୟୁ ମାମଲାରେ ସମ୍ଭାବିତ କାରଣ ଗୁଡ଼ିକ ଉପରେ ଯାଞ୍ଚ କରୁଥିବା ଜଣାପଡ଼ିଛି ।