ନୀତୀଶ କୁମାର ଏନଡିଏ ବିଧାୟକ ଦଳ ନେତା ଭାବେ ନିର୍ବାଚିତ, କାଲି ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ନୂଆଦିଲ୍ଲୀ,୧୯/୧୧: ଏନଡିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାରଙ୍କୁ ନେତା ବାଛିଛନ୍ତି ଏନଡିଏର ସମସ୍ତ ବିଧାୟକ। ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର । ଆଜି ଏନଡିଏ ବିଧାୟକ ଦଳ ନେତା ବାଛିବାକୁ ନେଇ ବୈଠକ ବସିଥିଲା । ଏହି ବୈଠକରେ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ନୀତୀଶଙ୍କ ନାଁକୁ ପ୍ରସ୍ତାବ ରଖିଥିଲେ । ଯାହାପରେ ସମସ୍ତ ଏନଡିଏ ବିଧାୟକ ନୀତୀଶଙ୍କ ନାଁରେ ମୋହର ମାରିଥିଲେ । ଆଉ ନୀତୀଶ କୁମାର ବିଧିବଦ୍ଧ ଭାବେ ଏନଡିଏରେ ନେତା ନିର୍ବାଚିତ ହୋଇଥିଲେ । କିଛି ସମୟରେ ପରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାର ଦାବି ଜଣାଇବେ । ଆଉ ତା ପରେ ଆସନ୍ତାକାଲି ବିହାରର ଗାନ୍ଧୀ ମୈଦାନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ତେବେ ଆଜିର ଏହି ବୈଠକରେ ଏଲଜେପି ନେତା ଚିରାଗ ପାସଓ୍ୱାନ୍ ମଧ୍ୟ ଉପସ୍ଥିତ ଥିଲେ ଆଉ ସେ ଏହି ବୈଠକରେ କହିଛନ୍ତି ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ସରକାର ଗଠନ ହେବ ।