ଭୁବନେଶ୍ୱର,୦୭/୧୧: ଭୁବନେଶ୍ବରରେ ଆରମ୍ଭ ହେଲା ଜାତୀୟ ରୋଡ୍ କଂଗ୍ରେସ ସମ୍ମିଳନୀ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଭାରତକୁ ବିଶ୍ୱଗୁରୁ କରିବା ସମସ୍ତଙ୍କ ଲକ୍ଷ୍ୟ । ମୋଦିଜୀଙ୍କ ନେତୃତ୍ଵରେ ଆମେ ସଡକ ନିର୍ମାଣ କ୍ଷେତ୍ରରେ ଅଧିକ ବିକାଶ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୨୯ ସୁଦ୍ଧାର ହଜାରେ କିମି ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜଧାନୀରେ ଆରମ୍ଭ ହୋଇଥିବା ରୋଡ କଂଗ୍ରେସ ସମ୍ମଳନୀ ନଭେମ୍ବର ୧୦ ତାରିଖ ଯାଏଁ ସଡ଼କ ପରିବହନ ସଂକ୍ରାନ୍ତରେ ପର୍ଯ୍ୟାୟକ୍ରମେ ଆଲୋଚନା ହେବ। ୫ ଦିନ ଧରି ରୋଡ୍ କଂଗ୍ରେସ ମହାକୁମ୍ଭରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ପ୍ରତିନିଧିଙ୍କ ସହ ସ୍ବତନ୍ତ୍ର ଅଧିବେଶନ ଜରିଆରେ ରୋଡ କଂଗ୍ରେସର ଭବିଷ୍ୟତକୁ ନେଇ ନକ୍ସା ଅଙ୍କାଯିବ। ସଡ଼କ ପରିବହନରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ତର୍ଜମା କରିବେ ମନ୍ତ୍ରୀ ଓ ଅଧିକାରୀ । ରାସ୍ତା ସଂପର୍କିତ ସମସ୍ୟା ଓ ଏହାର ସମାଧାନ ଦିଗରେ ନୀତି ଓ ନକ୍ସା ପ୍ରସ୍ତୁତ ହେବ ।