ବହୁଚର୍ଚ୍ଚିତ ନିକିତା ହତ୍ୟା ମାମଲା, ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର,୨୭/୦୨: ବହୁଚର୍ଚ୍ଚିତ ନିକିତା ହତ୍ୟା ମାମଲାରେ ଆସିଲା ରାୟ । ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତା ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ । ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଟକ ଏଡିଜେ-୩ କୋର୍ଟ । ଏହି ମାମଲାରେ ଲିପନର ବାପା ଓ ମାଆ ଖଲାସ ହୋଇଛନ୍ତି । ୨୦୧୯ରେ ନିଜ ଘର ଛାତରୁ ପଡ଼ି ନିକିତାଙ୍କ ମୃତ୍ୟୁ ହୋଇଥିଲା । ପରେ ଆଇପିସି ଧାରା ୩୦୨ରେ ହତ୍ୟା ମାମଲା ରୁଜୁ ହୋଇଥିଲା ।

Leave a Reply

Your email address will not be published. Required fields are marked *