ନୂଆବର୍ଷରେ ରାତି ୧୧ଟାରୁ ରାତି ୨ଟା ପର୍ଯ୍ୟନ୍ତ ଦର୍ଶନ ରହିବ ବନ୍ଦ

ଭୁବନେଶ୍ୱର,୩୦/୧୨: ନୂଆବର୍ଷରେ ରାତି ଅନିଦ୍ରା ହେବେନି ମହାପ୍ରଭୁ ।  ରାତି ୧୧ଟାରୁ ରାତି ୨ଟା ପର୍ଯ୍ୟନ୍ତ ଦର୍ଶନ ରହିବ ବନ୍ଦ ।  ତେବେ ଇଂରାଜୀ ନବବର୍ଷ ଭିଡକୁ ଦୃଷ୍ଟିରେ ରଖି ତଥା ଭକ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା କୁ ନଜରରେ ରଖି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ । ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନ ହେବାକୁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶୃଙ୍ଖଳିତ ଦର୍ଶନ ସହ ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ପାଇଁ ସହରରେ ୭୦ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ସମଗ୍ର ସହରକୁ ସିସିଟିଭି ବଳୟ ମଧ୍ୟରେ ରଖାଯାଇଛି । ଶ୍ରୀମନ୍ଦିର ଭିତରେ ୧୫୨ଟି ସିସିଟିଭି ଏବଂ ବାହାରେ ୧୯୨ ସିସିଟିଭି ଲଗାଯାଇଛି