ଭୁବନେଶ୍ୱର,୧/୦୯: ଆଜି ଠାରୁ ବଦଳିବ ଏହି ନିୟମ । ଯାହା ସାଧାରଣ ଲୋକଙ୍କ ବଜେଟକୁ କିଛି ମାତ୍ରାରେ ପ୍ରଭାବିତ କରିବ । ୧ ସେପ୍ଟେମ୍ବରରୁ ପରିବର୍ତ୍ତନ ହେବାକୁ ଥିବା ନିୟମରେ ଏସବିଆଇ କ୍ରେଡିଟ କାର୍ଡ ଶୁଳ୍କ ବୃଦ୍ଧି ଠାରୁ ଆରମ୍ଭ କରି ଆଧାର କାର୍ଡ ଅପଡେଟ ସମ୍ବନ୍ଧରେ ରହିଛି । ସୁନା ଭଳି ରୁପାର ହଲମାର୍କକୁ ବାଧ୍ୟତାମୂଳକ କରିବାକୁ ଯୋଜନା କରୁଛନ୍ତି ସରକାର। ରୁପାର ଆଭୂଷଣ କିମ୍ବା ସାମଗ୍ରୀ କିଣିବା ଉପରେ ହଲମାର୍କ ବାଧ୍ୟତାମୂଳକ ହେବ ନାହିଁ। ଏହି ନିୟମ ଆସିଲେ ରୁପାର ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇପାରେ। ସେହିପରି ଏସବିଆଇ କ୍ରେଡିଟ କାର୍ଡରେ ପ୍ରତି କାରବାରରେ ରିୱାର୍ଡ ପଏଣ୍ଟ ଗ୍ରାହକଙ୍କୁ ମିଳିବନି। ଅଟୋ ଡେବିଟ୍ ବିଫଳ ହେଲେ ଏସବିଆଇ ପକ୍ଷରୁ ୨ ପ୍ରତିଶତ ଜରିମାନା ଲାଗୁ ହୋଇପାରେ। ପ୍ରତିମାସ ଭଳି ଏଲପିଜି ଗ୍ୟାସ୍ ସିଲିଣ୍ଡର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। କିଛି ବ୍ୟାଙ୍କ ଏଟିଏମ ବ୍ୟବହାରକୁ ନେଇ ନୂଆ ନିୟମ ଲାଗୁ କରିପାରନ୍ତି। ନିର୍ଦ୍ଧାରିତ ସୀମା ଠାରୁ ଅଧିକଥର ଏଟିଏମରୁ ଟଙ୍କା ଉଠାଇଲେ ଅଧିକ ଟ୍ରାଞ୍ଜାକସନ ଶୁଳ୍କ ଦେବାକୁ ପଡିପାରେ। ସମସ୍ତ ଡାକ ପୋଷ୍ଟ ଏବେ ସ୍ପିଡ ପୋଷ୍ଟ ଅଧିନକୁ ଆସିବ।