ଉତ୍ତରପ୍ରଦେଶ ସରକାର ବିବାହକୁ ନେଇ ଆଣିଲେ ନୂଆ ନିୟମ , ଜାଣନ୍ତୁ କଣ ସେହି ନିୟମ?

ନୂଆଦିଲ୍ଲୀ,୦୭/୦୬: ଆଜି ବି ଦେଶରେ  କୋର୍ଟରେ ବିବାହ ବେଳେ ଯଦି ବର-କନ୍ୟା ସାବାଳକ ଓ ନିଜ ଇଚ୍ଛାରେ ବିବାହ କରୁଛନ୍ତି ତେବେ ତୃତୀୟ ପକ୍ଷଙ୍କର ଆବଶ୍ୟକତା ପଡିନଥାଏ । ହେଲେ ଏବେ ଉତ୍ତର ପ୍ରଦେଶ ସରକାର ବିବାହ ପଞ୍ଜୀକରଣ ପାଇଁ ପଣ୍ଡିତ, ପାଦ୍ରୀ ଓ ମୌଲବୀଙ୍କ ଉପସ୍ଥିତ ବାଧ୍ୟତାମୂଳକ କରିଛନ୍ତି ।

ଆଜିଠୁ ଉତ୍ତରପ୍ରଦେଶ ସରକାର ଯେଉଁ ବିବାହ ନିୟମ ଲାଗୁ କରିଛନ୍ତି ଏହି ନିୟମ ମୁତାବକ ବିବାହ ପଞ୍ଜୀକରଣ ବେଳେ ଯଦି ଉଭୟ ପକ୍ଷରୁ କୌଣସି ପରିବାର ସଦସ୍ୟ ଆସି ନପାରନ୍ତି ତେବେ ବିବାହ କରାଇଥିବା ପଣ୍ଡିତ, ପାଦ୍ରୀ କିମ୍ବା ମୌଲବୀଙ୍କୁ ଉପସ୍ଥିତି ନିହାତି ଦରକାର । ସେମାନଙ୍କ ସାକ୍ଷୀ ପରେ ବିବାହ ପଞ୍ଜୀକରଣ ହୋଇପାରିବ । କେବଳ ସେତିକି ନୁହେଁ ବିବାହ ବେଳର ଭିଡିଓ ଏକ ପେନ୍ ଡ୍ରାଇଭରେ ଆଣି କୋର୍ଟ ବା ବିବାହ ପଞ୍ଜୀକରଣ କାର୍ଯ୍ୟାଳୟରେ ଜମା କରିବାକୁ ପଡିବ ।