ନୂଆଦିଲ୍ଲୀ,୨୧/୦୯: କୁକୁର କାମୁଡିଲେ ଆଜୀବନ କାରାଦଣ୍ଡ । ଗୋଟିଏ କୁକୁର ଦୁଇଥର କାମୁଡ଼ିଲେ ଆଜୀବନ କାରାଦଣ୍ଡ ଦିଆଯିବ ବୋଲି କୁହାଯାଉଛି । ଯାହାକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା । ଦିନକୁ ଦିନ ବୁଲା କୁକୁରଙ୍କ ଆତଙ୍କ ବଢ଼ିଲାଣି । କେବଳ ଭୁବନେଶ୍ୱର ନୁହେଁ ବରଂ ପୂରା ଦେଶରେ ସମାନ ସ୍ଥିତି । ଏନେଇ ସୁପ୍ରିମକୋର୍ଟରେ ମଧ୍ୟ ଶୁଣାଣି ହୋଇଛି । ହେଲେ ୟୁପିରେ ବୁଲା କୁକୁରଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ବାରମ୍ବାର ଏମିତି ମାମଲା ସାମ୍ନାକୁ ଆସିବା ପରେ ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯୋଗୀ ସରକାର । ସେଇଥି ଲାଗି ତ ଯଦି କୁକୁର ଦୁଇଥର କାମୁଡ଼ୁଛନ୍ତି ତାଙ୍କୁ ତୁରନ୍ତ ଧରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ୟୁପିରେ ଦୁଇ ଥର କାମୁଡୁଥିବା କୁକୁରଙ୍କୁ ଦଣ୍ଡ ମିଳିବ । ଆଉ ସେହି କୁକୁରଙ୍କୁ ଆଜୀବନ ଆନିମଲ ବର୍ଥ କଣ୍ଟ୍ରୋଲ ବା ଏବିସି ସେଣ୍ଟରରେ ଛାଡି ଦିଆଯିବ । ସରକାର ଏନେଇ ସମସ୍ତ ନଗର ନିଗମକୁ ଆଦେଶ ଜାରି କରିଛନ୍ତି ।