ଭୁବନେଶ୍ୱର,୩୦/୦୫: ନିଟ୍ ପିଜିକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । NEET ପରୀକ୍ଷା ଦୁଇଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ଆୟୋଜିତ ହେବ । ନିଟ୍ ୨୦୨୫ ପରୀକ୍ଷାକୁ ଦୁଇଟି ସିଫ୍ଟରେ ଆୟୋଜନ କରିବା ସମ୍ପର୍କିତ ଏକ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।କୋର୍ଟ କହିଛନ୍ତି, ଦୁଇଟି ସିଫ୍ଟରେ ପରୀକ୍ଷା ହେବା ଦ୍ବାରା ଅନିୟମିତତା ସୃଷ୍ଟି ହେଉଛି । ଏନ୍ଟିଏ ଗୋଟିଏ ସିଫ୍ଟରେ ପରୀକ୍ଷା କରୁ । ନିଟ୍-ପିଜି ପରୀକ୍ଷା ୧୫ ଜୁନ୍ରେ ହେବା ନେଇ ନିର୍ଦ୍ଧାରିତ କରାଯାଇଛି । ଏନ୍ଟିଏକୁ ପରୀକ୍ଷା ଆୟୋଜନରେ ସମ୍ପୂର୍ଣ୍ଣ ସୁନିଶ୍ଚିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।