ବିଧାନସଭାରେ ବୈଠକ ପରେ ବିଜେଡି ସୁପ୍ରିମୋଙ୍କ ପ୍ରତିକ୍ରିୟା, କହିଲେ ବିଜେପି କରୁଛି ଘୋଡ଼ା ବେପାର

ଭୁବନେଶ୍ୱର,୧୪/୦୩: ବିଧାନସଭାରେ ବୈଠକ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟସଭା ନିର୍ବାଚନ ନେଇ ନବୀନ ପଟ୍ଟନାୟକ କହିଛନ୍ତି ବିଜେପି ଘୋଡ଼ା ବେପାର କରୁଛି । ବିଜେପି ପ୍ରାର୍ଥୀ ଘୋଡ଼ା ବେପାର ଚେଷ୍ଟା ଜାରି ରଖିଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ଅପରାଧ । ସେ ଆହୁରି ମଧ୍ୟ କହିଛନ୍ତି ବିଜେଡି ବିଧାୟକମାନେ ସତର୍କ ଅଛନ୍ତି , ଦଳୀୟ ହ୍ୱିପ୍‌ ନମାନିଲେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ । ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର କସରତ୍‌ । ନବୀନ ନିବାସରେ ବିଜେଡି ବିଧାୟକଙ୍କୁ ପ୍ରଶିକ୍ଷଣ ଦେଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ବିଧାନସଭାରୁ ବାହାରିବା ପରେ ବିଜେଡି ବିଧାୟକ ମାନେ ସିଧାସଳଖ ନବୀନ ନିବାସରେ ପହଞ୍ଚିଥିଲେ । ରାଜ୍ୟସଭା ଭୋଟିଂ ନେଇ ବିଧାୟକଙ୍କୁ ଦିଆଯାଇଥିଲା ଟ୍ରେନିଂ ।

Leave a Reply

Your email address will not be published. Required fields are marked *