ଭୁବନେଶ୍ୱର,୧୪/୦୧: ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ୯ ବିଜେଡି ବିଧାୟକ । ନିର୍ବାଚନ ମଣ୍ଡଳୀର ସମସ୍ୟା ଓ ସଂଗଠନ ସମ୍ପର୍କରେ ହୋଇଛି ବିସ୍ତୃତ ଆଲୋଚନା । ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜଭୁତ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଏହାସହିତ ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟରେ ମଧ୍ୟ ପଚାରି ବୁଝିଛନ୍ତି । ବିଜୁ ଜନତା ଦଳର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ବୈଠକରେ ବିଧାୟିକା ମନୋରମା ମହାନ୍ତି, ବିଧାୟକ ସର୍ବଶ୍ରୀ ନିରଞ୍ଜନ ପୂଜାରୀ, ଅଶ୍ୱିନୀ ପାତ୍ର, ବ୍ରଜକିଶୋର ପ୍ରଧାନ, ବ୍ୟୋମକେଶ ରାୟ, ସଂଜୀବ ମଲ୍ଲିକ, ଚକ୍ରମଣି କଂହର, ଗୌତମ ବୁଦ୍ଧ ଦାସ ଓ ମାଧବ ଧଡ଼ା ଉପସ୍ଥିତ ଥିଲେ । ଦୀର୍ଘ ୨୪ବର୍ଷ ହେଲା ତାଙ୍କୁ ଆଗରେ ରଖି ନିର୍ବାଚନୀ ବୈତରଣୀ ପାର ହେଉଥିଲେ ନେତା । ବିଧାୟକ ହୋଇଥିଲେ, ସାଂସଦ ହୋଇଥିଲେ, ମନ୍ତ୍ରୀ ବି ବନିଥିଲେ । କିନ୍ତୁ ବିଡମ୍ବନାର ବିଷୟ ଏବେ ବି ସବୁ ବିଜେଡି ନେତା ସେହି ନବୀନଙ୍କ ଉପରେ ଭରସା କରୁଛନ୍ତି ।