ଭୁବନେଶ୍ୱର,୧/୧୨: ଭଦ୍ରକରେ ୪ ବ୍ଲକ ଅଧ୍ୟକ୍ଷକଙ୍କ ଇସ୍ତଫା ପରେ ଆଜି ଭଦ୍ରକ ବିଜେଡି ନେତା ନବୀନ ନିବାସରେ ପହଞ୍ଚି ଆଲୋଚନା କରିଛନ୍ତି । ଭଦ୍ରକରେ ବିଜେଡି ଦଳକୁ ସଂଗଠିତ କରି ରଖିବା ପାଇଁ ପ୍ରଫୁଲ୍ଲ ସାମାଲଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ । ବୈଠକ ପରେ ଦଳୀୟ ନେତା କହିଛନ୍ତି, ଯାହାର ମୂଲ୍ୟ ନାହିଁ ସେମାନେ ଦଳ ଛାଡୁଛନ୍ତି । ସମସ୍ତଙ୍କୁ ଅନୁରୋଧ ଦଳକୁ ମଜଭୂତ କର ଦୁର୍ବଳ କରନାହିଁ । ମୋ ସହିତ କୌଣସି ଅଧକ୍ଷ ଆଲୋଚନା କରିନାହାନ୍ତି । ବ୍ଲକ ଅଧକ୍ଷ ମାନଙ୍କୁ ବିଜେପିରେ ମିଶିବା ପାଇଁ ଚାପ ପ୍ରୟୋଗ କରାଯାଉଛି । ନିର୍ବାଚନ ରେ ଆମେ ଶତପ୍ରତିଶତ ଜିତିଥିଲୁ । ବିଜେପି ରାଜ୍ୟ ସଭାପତିଙ୍କ ଜିଲ୍ଲା । ତାଙ୍କର ପୂର୍ଣ୍ଣ ସମ୍ପୃକ୍ତି ରହିଛି । କାହାକୁ ମୂଳଚାଲ କରି ଆଉ କାହାକୁ ଚାକିରି ସ୍ତରରେ ହଇରାଣ କରି ଚାପ ପକାଉଛନ୍ତି ।