ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ସଫଳ, ଅବଜରଭେସନ୍‌ରେ ରହିବେ ଦୁଇ ଦିନ

ଭୁବନେଶ୍ୱର,୨୦/୦୬: ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର  ସଫଳ ଭାବେ ହୋଇଛି। ସର୍ଭିକାଲ୍‌ ଆର୍ଥ୍ରାଇଟିସ୍‌ ରୋଗର ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ । ସେଠାରେ ସେ କୋକିଳା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅପରେସନ କରାଇଥିଲେ । ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ହୋଇଛି। ତେବେ ଅପରେସନ୍‌ ସଫଳ ହେବା ପରେ ସେ ଦୁଇଦିନ ଅବଜରଭେସନ୍‌ରେ ରହିବା ନେଇ ସୂଚନା ମିଳିଛି । ସେ ମୁମ୍ବାଇ ଯିବା ପରଠାରୁ ଓଡ଼ିଶା ସମେତ ଦିଲ୍ଲୀରେ ମଧ୍ୟ ବିଭିନ୍ନ ମନ୍ଦିରରେ ତାଙ୍କ ପାଇଁ ଚାଲିଥିଲା ପୂଜାର୍ଚ୍ଚନା ।