ଭୁବନେଶ୍ୱର,୧୮/୦୬: ଜୁନ ୨୨ ତାରିଖରେ ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ । କୋକିଲାବେନ୍ ଧିରୁଭାଇ ଅମ୍ୱାନୀ ଡାକ୍ତରଖାନାରେ ହେବେ ଚିକିତ୍ସିତ । ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟା ନେଇ ହେବେ ଚିକିତ୍ସିତ । ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ହେବ ଚିକିତ୍ସା । ଏନେଇ ନିଜେ ସୋସିଆଲମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନବୀନ । ସୂଚନା ଯୋଗ୍ୟ ଯେ ଅନେକ ସମୟରେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚର୍ଚ୍ଚା ହୋଇଥାଏ ।
https://x.com/Naveen_Odisha/status/1935301179208049104?t=lh5nQlV5sAUK-nC3edZkXQ&s=19