ଯାଜପୁରରେ ହଇଜା ସଂକ୍ରମଣ ବ୍ୟାପିବା ପରେ ସ୍ଥିତିର ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୦୬: ଯାଜପୁର ଜିଲ୍ଲାରେ ଡାଇରିଆରେ ପରେ ହଇଜା ସଂକ୍ରମଣ ବ୍ୟାପିବା ପରେ ସ୍ଥିତିର ଅନୁଧ୍ୟାନ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ  ମୁକେଶ ମହାଲିଙ୍ଗ ଧର୍ମଶାଳାରେ ପହଞ୍ଚି ରୋଗୀ ଓ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, କଟକ ଏସସିବିରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ କାମ କରୁଛନ୍ତି। ସରକାର ଡାଇରିଆକୁ ପ୍ରତିହିତ କରିବାକୁ ପୁରାପୁରି ପ୍ରସ୍ତୁତ ଅଛନ୍ତି। ଝାଡ଼ାବାନ୍ତି ହେଉଥିଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଆସିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆଜି କେନ୍ଦ୍ରୀୟ ଟିମ୍‌ ବି ଓଡ଼ିଶାଗସ୍ତରେ ଆସୁଛନ୍ତି।

Leave a Reply

Your email address will not be published. Required fields are marked *