ଦେଶର ୪ଟି ରାଜ୍ୟରେ ପୁଣି ମକ୍‌ଡ୍ରିଲ୍‌ କରିବାକୁ ପ୍ରସ୍ତୁତ ହେଉଛି ସେନା

ଭୁବନେଶ୍ୱର,୨୮/୦୫: ଦେଶର ୪ଟି ରାଜ୍ୟରେ ପୁଣି ମକ୍‌ଡ୍ରିଲ୍‌ କରିବାକୁ ପ୍ରସ୍ତୁତ ହେଉଛି ସେନା । ମାର୍ଚ୍ଚ ୨୨ ତାରିଖରେ ପହଲଗାମ ଆତଙ୍କୀ ଆକ୍ରମଣ ପରେ ଗତ ମେ ୭ ତାରିଖରେ ପାକିସ୍ତାନ ସହ ସଂଲଗ୍ନ ୪ଟି ରାଜ୍ୟରେ ମକ୍‌ଡ୍ରିଲ୍‌ କରିବାକୁ ଯୋଜନା ରହିଥିଲା । ଏହି ସମୟରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି । ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଏବଂ ଜମ୍ମୁ ଓ କାଶ୍ମୀରରେ ଏହି ମକ୍‌ଡ୍ରିଲ୍‌ କରାଯିବ । ଯେଉଁ ଗାଁଗୁଡ଼ିକ ପାକିସ୍ତାନ ସୀମାକୁ ଲାଗିଛି ବିଶେଷ କରି ସେହି ସବୁ ଗାଁଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି । ଗତ ମେ ୭ ତାରିଖରେ ୪ଟି ରାଜ୍ୟରେ ଭାରତୀୟ ସଶସ୍ତ୍ର ସେନା ମକ୍‌ଡ୍ରିଲ୍‌ କରିବାକୁ ଯୋଜନା କରିଥିଲା । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଏଭଳି ଘୋଷଣା କରିଥିଲେ ସରକାର । ଏହାପୂର୍ବରୁ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କୀ ଆଡ୍ଡାସ୍ଥଳୀକୁ ଧ୍ୱଂସ କରି ଦେଇଥିଲା ଭାରତୀୟ ସେନା ।

Leave a Reply

Your email address will not be published. Required fields are marked *