ନୂଆଦିଲ୍ଲୀ,୦୩/୦୭: ବଦଳିଲା ସଂସଦର ମୌସୁମୀ ଅଧିବେଶନ ତାରିଖ । ଜୁଲାଇ ୨୧ରୁ ଅଗଷ୍ଟ ୧୨ ଭିତରେ ବସିବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ଏବେ ଜୁଲାଇ ୨୧ରୁ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଟୁଇଟ୍ କରି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ରିଜିଜୁଙ୍କ କହିବା ମୁତାବକ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମୌସୁମୀ ଅଧିବେଶନର ଏହି ନୂଆ ତାରିଖକୁ ମଞ୍ଜୁରି ଦେଇଛନ୍ତି । ଯାହାକି ଜୁଲାଇ ୨୧ରୁ ଆରମ୍ଭ ହୋଇ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ କି ଲୋକସଭା ଏବଂ ରାଜ୍ୟସଭାର କାର୍ଯ୍ୟ ସକାଳ ୧୧ଟାରୁ ଆରମ୍ଭ ହେବ ।