ଭୁବନେଶ୍ୱର,୨୮/୦୫: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଚଳିତ ବର୍ଷ ୧୦ଦିନ ଆଗରୁ ଓଡ଼ିଶାରେ ପହଁଚିଲା ମୌସୁମୀ । ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶା ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରର କିଛି ଅଞ୍ଚଳକୁ ଆଜି ପ୍ରବେଶ କରିଛି ମୌସୁମୀ । ଦକ୍ଷିଣ ଓଡ଼ିଶାର କିଛି ଅଂଶକୁ ଅଗ୍ରସର ହୋଇଛି । ଆଗାମୀ ଦୁଇ ଦିନ ଭିତରେ ଉତ୍ତର ପୂର୍ବ ରାଜ୍ୟ, ପଶ୍ଚିମବଙ୍ଗ ଓ ସିକିମର କିଛି ଅଞ୍ଚଳରେ ମୌସୁମୀ ପହଞ୍ଚିବା ନେଇ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଗତବର୍ଷ ଜୁନ୍ ୮ରେ ଓଡିଶା ଛୁଇଁଥିଲା ମୌସୁମୀ । ହେଲେ ଏଥର ୧୦ ଦିନ ଆଗୁଆ ମୌସୁମୀ ବାୟୁ ଓଡ଼ିଶାକୁ ପ୍ରବେଶ କରିଛି ।