ଭୁବନେଶ୍ୱର,୨୪/୦୫: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆକଳନର ୮ ଦିନ ପୂର୍ବରୁ କେରଳ ଛୁଇଁଛି । ଜୁନ୍ ୧ରେ ଛୁଇଁବା ନେଇ ହୋଇଥିଲା ଆକଳନ । ୧୬ ବର୍ଷ ପରେ ସଅଳ ଛୁଇଁଲା ମୌସୁମୀ । ୨୦୦୯ରେ ସଅଳ ଆସିଥିଲା ମୌସୁମୀ ଏବଂ ମେ ୨୩ ତାରିଖରେ କେରଳ ଛୁଇଁଥିଲା । ମୌସୁମୀ ଆସିବା ପାଇଁ ପାଗ ଅନୁକୂଳ ବି ଥିଲା । ଯାହାର ପ୍ରଭାବରେ କେରଳରେ ୨ ଦିନ ଧରି ପ୍ରବଳ ବର୍ଷା ଜାରି ରହିଛି । ଏଥି ସହିତ ଆଗାମୀ ୬ ଦିନ ପର୍ଯ୍ୟନ୍ତ କେରଳ ଓ ଦକ୍ଷିଣରେ ଥିବା ରାଜ୍ୟ ଗୁଡ଼ିକରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବଦଳିଛି ପାଗ । କଟକ, ଭୁବନେଶ୍ବର, ପୁରୀର ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଛି ।