ଭୁବନେଶ୍ୱର, ୦୬/୦୫: ଏଥର ଆଗୁଆ ଆସିବ ମୌସୁମୀ । ୧୩ ମେ’ ରେ ଦକ୍ଷିଣ ଆଣ୍ଡାମାନ ଛୁଇଁବ ମୌସୁମୀ । ପ୍ରତିବର୍ଷ ମେ ୧୮ ରୁ ୧୯ ମଧ୍ୟରେ ପ୍ରାୟତଃ ଆଣ୍ଡାମାନ ଛୁଇଁଥାଏ ମୌସୁମୀ ବାୟୁ । ଏହା ପରେ ଆଗକୁ ବଢ଼ି କେରଳ ନିକଟରେ ଜୁନ୍ ପ୍ରଥମ ସପ୍ତାହରେ ପହଞ୍ଚିଥାଏ । କେରଳ ଛୁଇଁବାର ୧୦ ରୁ ୧୨ ଦିନ ମଧ୍ୟରେ ଓଡିଶାକୁ ଅଗ୍ରସର ହୋଇଥାଏ ମୌସୁମୀ । କିନ୍ତୁ ଚଳିତବର୍ଷ ଏହି ପ୍ରକ୍ରିୟା ଶୀଘ୍ର ହେବ। ଏପରିକି ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। କାଳବୈଶାଖୀ ପାଇଁ ଗତ କିଛି ଦିନ ହେବ ରାଜ୍ୟରେ ତାତି କମିଛି। କିନ୍ତୁ ଏହି ପାଗ ବେଶି ଦିନ ରହିବନି। ରାଜ୍ୟକୁ ପୁଣି ଫେରିବ ତାତି, ୮ରୁ ବଢିବ ଗ୍ରୀଷ୍ମପ୍ରବାହ । ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିବା ନେଇ ଆକଳନ ହୋଇଛି । ଉପକୂଳ ଓଡିଶାରେ ଗରମ ସହ ଭୀଷଣ ଗୁଳୁଗୁଳି ହେବ । ହିଟ ୱେଭ ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।