ଭୁବନେଶ୍ୱର,୧୨/୦୫: : ଆସନ୍ତାକାଲି ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଞ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜର କିଛି ଅଞ୍ଚଳକୁ ଛୁଇଁବା ସମ୍ଭାବନା ରହିଛି । ଅନ୍ୟପଟେ ରାଜ୍ୟରେ ତାତିରୁ ତ୍ରାହି ନାହିଁ । ଖରା ତାତି ଓ ପ୍ରବଳ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ୪୦.୪ ଡିଗ୍ରୀ ସହ ଆଜି ଝାରସୁଗୁଡ଼ା ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଦ୍ବିତୀୟ ସ୍ଥାନରେ ସମ୍ବଲପୁର ଓ ତୃତୀୟ ସ୍ଥାନରେ ରାଉରକେଲା ରହିଛି । ରାଜ୍ୟରେ ଏଭଳି ଅସହ୍ୟ ଖରା ଆହୁରି ୩ ଦିନ ଲାଗିରହିବ । ୧୫ ତାରିଖ ପର୍ୟ୍ୟନ୍ତ ଅନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।