ଆସନ୍ତା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ହେବ ମକ୍‌ ଡ୍ରିଲ୍‌

ଭୁବନେଶ୍ୱର,୧୪/୦୬: ଆସନ୍ତା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ହେବ ମକ୍‌ ଡ୍ରିଲ୍‌ । ଏନେଇ ଆଜି ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ଦୃଷ୍ଟିରୁ ହେବ ମକ୍‌ ଡ୍ରିଲ୍‌ । ଏଥିପାଇଁ DGCA ପକ୍ଷରୁ ନିର୍ଦ୍ଦେଶ ଆସିଛି କହିଲେ ବିମାନବନ୍ଦର ନିର୍ଦ୍ଦେଶକ । ବିମାନବନ୍ଦର କର୍ମଚାରୀ, ପୋଲିସ, ମେଡିକାଲ୍‌ ଓ ଅଗ୍ନିଶମ ଷ୍ଟାଫ୍‌ ରହିବେ । ଯଦି ଦୁର୍ଘଟଣା ପରି କିଛି ଅଘଟଣ ଘଟେ, ତାହାର ମୁକାବିଲା ପ୍ରସ୍ତୁତି କରାଯିବ । ଆହତଙ୍କୁ ତ୍ବରିତ ଚିକିତ୍ସା ଯୋଗାଇ ଦିଆଯିବାର ମକ୍‌ ଡ୍ରିଲ୍‌ ହେବ ।

ଏହାସହ ଭୁବନେଶ୍ବର ବିମାନବନ୍ଦରରେ ଟେକ୍‌ ଅଫ୍‌ ଓ ଲ୍ୟାଣ୍ଡିଂରେ ପ୍ରତିବନ୍ଧକ ରହିଛି ବୋଲି ମଧ୍ୟ ସୂଚନା ଦେଲେ ବିମାନବନ୍ଦର ନିର୍ଦ୍ଦେଶକ । ବିମାନ ଟେକ୍‌ ଅଫ୍‌ ପଥରେ ବଡ଼ ବଡ଼ ଗଛ ରହିଛି । ରନ୍‌ୱେର ନିର୍ଦ୍ଦିଷ୍ଟ ଦୂରତାରେ ବେଆଇନ ଉଚ୍ଚ ଅଟ୍ଟାଳିକା ଗଢ଼ି ଉଠିଛି । ଗତ ମାସରେ AEMC ବୈଠକରେ BMC କମିଶନରଙ୍କୁ କୁହାଯାଇଛି । ଆଶା କରୁଛୁ ବେଆଇନ ଗଛ କାଟିବା ସହ ଉଚ୍ଚ ଅଟ୍ଟାଳିକା ଉଚ୍ଛେଦ କରିବେ ।