ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍‌ ଡ୍ରିଲ୍‌, ଠିକ୍‌ ୪ ଟାରେ ବାଜିଲା ସାଇରନ୍‌

ଭୁବନେଶ୍ୱର,୦୭/୦୫: ଯୁଦ୍ଧ ପ୍ରସ୍ତୁତି ପାଇଁ ଚାଲିଛି ମକ୍‌ ଡ୍ରିଲ୍‌ । ଠିକ୍‌ ୪ ଟାରେ ବାଜିଲା ଯୁଦ୍ଧ ସାଇରନ୍‌ । ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଲା ସାଇରନ୍‌ । ଭୁବନେଶ୍ବର, ସମ୍ବଲପୁର, ରାଉରକେଲା, କେନ୍ଦ୍ରାପଡା, ପାରାଦୀପ, ବାଲେଶ୍ବରରେ ବାଜିଲା ସାଇରନ୍‌ । ଆକ୍ରମଣ ହେଲେ ସାଧାରଣ ଲୋକ ଓ ଛାତ୍ର କଣ କରିବେ ସେ ନେଇ ତାଲିମ ଦିଆଯାଉଛି । ସାଧାରଣ ଲୋକେ ସୁରକ୍ଷିତ ସ୍ଥାନକୁ କିଭଳି ଯିବେ ଏହାର ଯୋଜନା କରାଯିବା ସହ ଅଭ୍ୟାସ ବି କରାଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା । ଏପଟେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରିଛି । ଅପରେସନ ସିନ୍ଦୂରରେ ୯ଟି ଆତଙ୍କୀ ଆଡ୍ଡା ଧ୍ବଂସ ହୋଇଛି ।

Leave a Reply

Your email address will not be published. Required fields are marked *