ଭୁବନେଶ୍ୱର: ବାରମ୍ବାର ଆମ ବସ୍ ଦୁର୍ଘଟଣା ପରେ ଆକ୍ସନ ମୋଡ୍ରେ ବିଭାଗ । କ୍ରୁଟ୍ କାର୍ଯ୍ୟାଳୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଆଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯାତ୍ରୀ ଓ ସଡ଼କବ୍ୟବହାରକାରୀଙ୍କ ସୁରକ୍ଷା, ଯାତ୍ରୀ ଅନୁକୂଳ ଆମ ବସ୍ ସେବା ଏବଂ ଚାଳକମାନଙ୍କ ସାମଗ୍ରୀକ ବିକାଶ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି । ଯାତ୍ରୀମାନଙ୍କ ସୁରକ୍ଷା ଓ ପରିବେଶ ସୁରକ୍ଷାକୁ ଆଖି ଆଗରେ ରଖି ଦେଢ଼ ଲକ୍ଷରୁ ଅଧିକ କିଲୋମିଟର ଚଳାଚଳ ହୋଇସାରିଥିବା ପୁରୁଣା ବିପିଟିଏସଏଲ୍ ର ୩୦ଟି ପୁରୁଣା ବସ୍ ଗୁଡ଼ିକୁ ସ୍କ୍ରାପିଂ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହା ବଦଳରେ କଟକ ଓ ଭୁବନେଶ୍ବରରେ ରାସ୍ତାକୁ ଦେଖି ଛୋଟ ଇ-ବସ୍ ଜନ ସାଧାରଣଙ୍କ ନିମନ୍ତେ ଯୋଡ଼ିହେବ । ଏଥିରେ ପରିବହନ କମିଶନର ଅମିତାଭ ଠାକୁର, କ୍ରୁଟ୍ ପରିଚାଳନା ଅଧିକାରୀ ଶ୍ରୀ ସଞ୍ଜୟ ବିଶ୍ଵାଳ, ଡିସିପି, କମିଶନରେଟ୍ ପୁଲିସ୍, ଟ୍ରାଫିକ ଡ଼ିସିପି ପ୍ରମୁଖ ଉପସ୍ଥିତ ଥିଲେ । ଜାନୁଆରି ମାସର ପ୍ରଥମ ଦୁଇ ସପ୍ତାହରେ ଆମ ବସ୍ ଗୁଡ଼ିକର ସ୍ପିଡ୍ ଲିମିଟ୍ ର ଅନୁଧ୍ୟାନ କରାଯାଇଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । କୌଣସି ଆମ ବସ୍ ଏହି ନୀୟମ ଭଙ୍ଗ କରିଥିବାର ନଜିର୍ ଆସିନାହିଁ । ବସ ଷ୍ଟପ ମାନଙ୍କରେ ଆମ ବସ ରହଣି ଉପରେ ମଧ୍ୟ ଆଲୋଚନା ହୋଇଛି । ଏହାସହ ଇ-ବସ୍ ଚଳାଚଳ ନେଇ ଡ୍ରାଇଭରଙ୍କୁ ଉପଯୁକ୍ତ ତାଲିମ ଦିଆଯିବ ।