ମନମୋହନ ସାମଲ ହେଲେ ବିଜେପି ରାଜ୍ୟ ସଭାପତି, ବିଧିବଦ୍ଧ ଭାବେ ଘୋଷଣା ହେଲା ନାଁ

ଭୁବନେଶ୍ୱର,୦୮/୦୭: ମନମୋହନ ସାମଲ ହେଲେ ବିଜେପି ରାଜ୍ୟ ସଭାପତି । ଆଜି ବିଦ୍ଧିବଦ୍ଧ ଭାବେ ପୁଣି ଥରେ ରାଜ୍ୟ ବିଜେପିର ମଙ୍ଗ ଧରିଛନ୍ତି । ଗତକାଲି ଏକମାତ୍ର ପ୍ରାର୍ଥୀ ଭାବେ ବିଜେପି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । ତେଣୁ ମନମୋହନ ହିଁ ପୁଣି ଥରେ ରାଜ୍ୟ ବିଜେପିର ମଂଗ ଧରିବେ ଏହା ସ୍ପଷ୍ଟ ହେବା ପରେ ସେ ରାଜ୍ୟ ବିଜେପିର ସଭାପତି ଭାବେ ନିର୍ଦ୍ବନ୍ଦ୍ବ ରେ ନିର୍ବାଚିତ ହୋଇଛନ୍ତି । ସଭାପତି ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗତକାଲି ଦିନ ତମାମ ଲାଗି ରହିଥିଲା ଗହଳି ଚହଳି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦଳୀୟ ବିଧାୟକ, ମନ୍ତ୍ରୀ, ସାଂସଦ ଓ ଅନ୍ୟ ନେତା ପହଁଚିଥିଲେ । ବିଜେଡି ସହ ମେଣ୍ଟକୁ ବିରୋଧ କରିବା ସହ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନିଭାଇଥିବା ମନମୋହନଙ୍କ ପାଇଁ ପଂଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ବଡ ଚ୍ୟାଲେଞ୍ଜ ହେବ ।