ପୂର୍ବତନ ମିଜୋରାମ ରଣଜୀ କ୍ରିକେଟର କେ. ଲାଲରେମ୍ରୁଆତାଙ୍କରଙ୍କ ଦେହାନ୍ତ

ନୂଆଦିଲ୍ଲୀ,୦୯/୦୧: ଆଜି ପୂର୍ବତନ ମିଜୋରାମ ରଣଜୀ କ୍ରିକେଟର କେ. ଲାଲରେମ୍ରୁଆତାଙ୍କର ଖେଳ ପଡ଼ିଆରେ ମୃତ୍ୟୁ ହୋଇଛି । ଏକ ସ୍ଥାନୀୟ କ୍ରିକେଟ ମ୍ୟାଚ୍ ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଏହି ଘଟଣା କେବଳ ମିଜୋରାମରେ ନୁହେଁ ବରଂ ସମଗ୍ର କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛି । ୩୮ ବର୍ଷୀୟ କେ. ଲାଲରେମ୍ରୁଆତା ଏକ ସ୍ଥାନୀୟ ଦ୍ୱିତୀୟ ଡିଭିଜନ ଟୁର୍ଣ୍ଣାମେଣ୍ଟରେ ଭେଙ୍ଗନୁଆଇ ରାଇଡର୍ସ କ୍ରିକେଟ କ୍ଲବ ପାଇଁ ଖେଳୁଥିଲେ । ରିପୋର୍ଟ ଅନୁସାରେ, ବ୍ୟାଟିଂ ପରେ ସେ ପାଭିଲିୟନ ଫେରୁଥିବା ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ସେ ପଡ଼ିଆରେ ପଡ଼ିଯାଇଥିଲେ ଏବଂ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।କେ. ଲାଲରେମ୍ରୁଆତା ମିଜୋରାମ କ୍ରିକେଟରେ ଏକ ଜଣାଶୁଣା ନାମ ଥିଲେ । ସେ ରଣଜୀ ଟ୍ରଫିରେ ଦୁଇଥର ମିଜୋରାମର ପ୍ରତିନିଧିତ୍ୱ କରିଥିଲେ ।