ଭୁବନେଶ୍ୱର, ୦୨/୦୫: ବଡ଼ ଖବର। ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ବୋର୍ଡ ଅଫିସରେ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ରେଜଲ୍ଟ ପ୍ରକାଶ ପାଇଛି । ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ । ମୋଟ୍ ପାସ୍ ହାର ୯୪.୯୩ ପ୍ରତିଶତ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି । ୨ ଲକ୍ଷ ୪୦ ହଜାର ୨୫୧ ପୁଅ ପାସ୍ କରିଛନ୍ତି । ୨ ଲକ୍ଷ ୪୪ ହଜାର ୬୧୨ ଝିଅ ପାସ କରିଛନ୍ତି । ମାଟ୍ରିକ ପରୀକ୍ଷାରେ ୧୭ ହଜାର ୩୮୪ ଜଣ ଫେଲ ହୋଇଛନ୍ତି । ମୋଟ୍ ୪ ଲକ୍ଷ ୮୪ ହଜାର ୮୬୩ ଜଣ ପାସ୍ ହୋଇଛନ୍ତି । ସେହିପରି ୧୮୧୨ ଜଣ ଏ୧ ଗ୍ରେଡ, ୧୨ ହଜାର ୨୦୦ ଜଣ ଏ୨ ଗ୍ରେଡ୍ । ବି୧ ଗ୍ରେଡରେ ୩୮ ହଜାର ୮୩୧ ଜଣ ଉନ୍ନୀତ ହୋଇଛନ୍ତି । ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀ ମାନେ ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.in ଏବଂ www.orissaresults.nic.in ରେ ନିଜ ନିଜର ପରୀକ୍ଷାଫଳ ଦେଖିପାରିବେ । ରୋଲ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ୱେବସାଇଟ୍ରେ ଫଳାଫଳ ଯାଞ୍ଚ କରିପାରିବେ ଛାତ୍ରଛାତ୍ରୀ ।