ଭୁବନେଶ୍ୱର,୧/୦୫: ବଡ଼ ଖବର । ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ବୋର୍ଡ ଅଫିସରେ ପ୍ରକାଶ ପାଇବ ପରୀକ୍ଷା ଫଳ । ସନ୍ଧ୍ୟା ୬ଟା ପରଠୁ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଚଳିତବର୍ଷ ରାଜ୍ୟରେ ୫, ୧୦, ୭୭୮ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟକୁ ମିଶାଇ ଅଛନ୍ତି ମୋଟ୍ ୫, ୨୨, ୩୩୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।