ଆଜିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ

ଭୁବନେଶ୍ୱର,୧୯/୦୩: ଆଜିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ । ରାଜ୍ୟର ୫୧ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯିବ । ଦିନ ୧୦ ଟାରୁ ଆରମ୍ଭ ହେବ ଖାତା ଦେଖା । ରାଜ୍ୟର ପ୍ରାୟ ୧୫ ହଜାର ବରିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଖାତା ଦେଖା ବେଳେ କେନ୍ଦ୍ର ଭିତରକୁ ମୋବାଇଲ ସମ୍ପୂର୍ଣ୍ଣ ବାରଣ ରହିବ । ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ ଆଲୋକ ବ୍ୟବସ୍ଥା, ପାନୀୟ ଜଳ, ଫ୍ୟାନ, ଶୌଚାଳୟ ବ୍ୟବସ୍ଥା ପାଇଁ ବୋର୍ଡ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଏପ୍ରିଲ ୨ ତାରିଖ ଯାଏଁ ଚାଲିବ ଖାତା ମୂଲ୍ୟାୟନ ପ୍ରକ୍ରିୟା। ମେ ପ୍ରଥମ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଁ ଲକ୍ଷ୍ୟ ରହିଛି। ସେପଟେ ରାମ ନବମୀରେ ଓ ଇଦୁଲ ଫିତରରେ ଛୁଟିନଥିବାରୁ ଅସନ୍ତୋଷ ବଢ଼ିଛି ।ଆସନ୍ତା ୧୯ ତାରିଖରୁ ଏପ୍ରିଲ ୨ ତାରିଖ ଯାଏ ମୂଲ୍ୟାଙ୍କନ ହେବ । ଏଥିପାଇଁ ବୋର୍ଡ ତରଫରୁ ବିଧିବଦ୍ଧ ଭାବେ ନୋଟିସ ଜାରି କରାଯାଇଛି। କିନ୍ତୁ ଆସନ୍ତା ୨୧ ତାରିଖରେ ଇଦୁଲଫିତର ପର୍ବ ଥିବା ବେଳେ ଆସନ୍ତା ୨୭ ତାରିଖରେ ରାମ ନବମୀ ପାଳିତ ହେବ। କିନ୍ତୁ ଏହି ଦୁଇଦିନ ଛୁଟିରେ ସମସ୍ତ ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବେ ଶିକ୍ଷକ ଶିକ୍ଷୟିତ୍ରୀ ।

Leave a Reply

Your email address will not be published. Required fields are marked *