ନୂଆଦିଲ୍ଲୀ,୦୭/୦୫: ପହଲଗାମ ଆତଙ୍କୀ ହମ୍ଲାର ଜବାବ ୨୫ ମିନିଟ୍ରେ ଦେଲା ଭାରତ । ମାତ୍ର ୨୫ ମିନିଟ୍ରେ ଭାରତର ତିନି ସେନା ୯ ଆତଙ୍କୀ ଆଡ୍ଡା ସ୍ଥଳି ଧୂଳିସାତ୍ କରିଛନ୍ତି । ଅପରେସନ୍ ସିନ୍ଦୂର ନେଇ ଭାରତୀୟ ସେନା ଏନେଇ ସୂଚନା ଦେଇଛି । ରାତି ୧ଟା ୫ରୁ ୧ଟା ୩୦ ମଧ୍ୟରେ ହୋଇଥିଲା ଅପରେସନ୍ ସିନ୍ଦୂର । ଏଥିରେ ୯ଟି ଆତଙ୍କୀ ଆଡ୍ଡାକୁ କରାଯାଇଥିଲା ଟାର୍ଗେଟ । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । ଏହି ଆକ୍ରମଣରେ ଜୈଶ ଏ ମହମ୍ମଦର ମୁଖ୍ୟ ମାସୁଦ ଆଝାରର ସମ୍ପୂର୍ଣ୍ଣ ପରିବାର ନିପାତ ହୋଇଛି। ପାକିସ୍ତାନର ବହାୱଲପୁର ହେଉଛି ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦର ମୁଖ୍ୟ କାର୍ଯ୍ୟାଳୟ। ଏହି ଆକ୍ରମଣରେ ଆଝାର ପରିବାରର ୧୦ ଜଣ ନିପାତ ହୋଇଥିବା ନେଇ ଭାରତୀୟ ସେନା ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ସେହିଠାରୁ ହିଁ ଆତଙ୍କୀ ହମଲାର ପ୍ଲାନ କରିଥାଏ ମାସୁଦ। ୨୦୦୧ ମସିହା ସଂସଦ ଆକ୍ରମଣ ହେଉ କି ଫୁଲୱମା ସୁଇସାଇଡ ବମ୍ ଆକ୍ରମଣ ହେଉ ଭାରତରେ ପ୍ରମୁଖ ଆତଙ୍କୀ ହମାଲାର ମାଷ୍ଟର ମାଇଣ୍ଡ ଥିଲା ଜୈସ ଏ ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାର ।