ଚିଟ୍‌ଫଣ୍ଡକୁ ନେଇ ମନମୋହନ ସାମଲଙ୍କ ବିସ୍ପୋରକ ବୟାନ, କଟାକ୍ଷ କଲେ ଅରୁଣ ସାହୁ

ଭୁବନେଶ୍ୱର,୨୦/୦୫: ଚିଟ୍‌ଫଣ୍ଡକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବିସ୍ପୋରକ ବୟାନ । ଚିଟ୍‌ଫଣ୍ଡ କାଗଜ ପତ୍ର ମିଳୁନାହିଁ । ସଂକଳ୍ପ ପତ୍ର ଅନୁଯାୟୀ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି । ପୂର୍ବ ସରକାର କଣ କରିଛନ୍ତି କଣ ନ କରିଛନ୍ତି, ସେ ସବୁ ଧୀରେ ଧୀରେ ସାମ୍ନାକୁ ଆସୁଛି । ଚିଟ୍‌ଫଣ୍ଡ କାଗଜ ପତ୍ର ସଂଗ୍ରହ ଚାଲିଛି, ସଂଗ୍ରହ ଶେଷ ହେଲେ ନୀତିଗତ ନିଷ୍ପତ୍ତି ନିଆଯିବ । ମନମୋହନ ଆହୁରି ମଧ୍ୟ କହିଛନ୍ତି, ଆମେ ଶପଥ ନେବା ପୂର୍ବରୁ ଚିଟ୍‌ଫଣ୍ଡ କାଗଜ ପତ୍ର ବୁହା ହେଉଥିଲା ସେକଥା ସମସ୍ତେ ଜାଣିଛନ୍ତି । ଆମେ ସିଆଇଏସ୍‌ଏଫ୍‌ ଲଗାଇ ବନ୍ଦ କଲୁ । ସରକାର ଏବେ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି, ସମସ୍ତ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟ୍‌ଫଣ୍ଡ ଟଙ୍କା ପ୍ରଦାନ କରାଯିବ ବୋଲି ମନମୋହନ କହିଛନ୍ତି ।

ଅନ୍ୟପଟେ ମନମୋହନ ସାମଲଙ୍କ ବୟାନକୁ ନେଇ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । କ୍ଷତିଗ୍ରସ୍ତଙ୍କୁ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ କରିବା ବିଜେପି ନିର୍ବାଚନୀ ଇସ୍ତାହାରରେ ଥିଲା । ନିଜ କାନ୍ଧରୁ ଜୁଆଣି ଖସାନ୍ତୁ ନାହିଁ । ସବୁ କଥାରେ ୨୪ ବର୍ଷକୁ ଦୋଷ ହେଲେ ହେବନି । କେତେଦିନ ଆଉ ୨୪ ବର୍ଷ କଥା କହିବେ ବୋଲି କଟାକ୍ଷ କରିଛନ୍ତି ଅରୁଣ ସାହୁ । ଯାହା କରିପାରୁଛ ତାକୁ ନେଇ ବାହାବା ନେଉଛ ଆଉ ନ କରିପାରିଲେ ୨୪ ବର୍ଷକୁ ଦୋଷ ଦେଉଛ । ଚିଟ୍‌ଫଣ୍ଡ କାଗଜ ଖୋଜିବା ଦାୟିତ୍ଵ ସରକାରଙ୍କର ।

Leave a Reply

Your email address will not be published. Required fields are marked *