ଆଗୁଆ ହେବ ପଞ୍ଚାୟତ ନିର୍ବାଚନ, ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର,୨୪/୦୧: ଆଗୁଆ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ରହିଥିବା ସେ କହିଛନ୍ତି । ନିର୍ଦ୍ଧାରିତ ସମୟର ୨ରୁ ୩ ମାସ ପୂର୍ବରୁ ହୋଇପାରେ ।ବିଧାନସଭା ଆସନ ବଢ଼ିବା ଚର୍ଚ୍ଚା ଭିତରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ କସରତ । ସମ୍ବଲପୁରରେ ବସିଥିଲା ପ୍ରାଥମିକ ବୈଠକ । ଅନ୍ୟପଟେ ଓଡ଼ିଶାରେ ଏସଆଇଆର ପାଇଁ ଶେଷ ହୋଇଛି ପ୍ରସ୍ତୁତି । ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଆରଡିସି ସ୍ତରୀୟ ବୈଠକରେ ଯୋଗ ଦେଇ ୧୨ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଧାର୍ଯ୍ୟ ସମୟ ପୂର୍ବରୁ ସବୁ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।