ପୁଣି ବିଜେପି ରାଜ୍ୟ ସଭାପତି ହେଲେ ମନମୋହନ ସାମଲ

ଭୁବନେଶ୍ୱର,୦୭/୦୭: ପୁଣି ବିଜେପି ରାଜ୍ୟ ସଭାପତି ହେଲେ ମନମୋହନ ସାମଲ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ମନମୋହନ । ତେବେ ଆଉ କୌଣସି ପ୍ରାର୍ଥୀ ତାଙ୍କ ବିରୋଧରେ ନାମାଙ୍କନ ଭରିନଥିବାରୁ ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି ହେବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଥିଲା । ତେଣୁ କେନ୍ଦ୍ର ନେତୃତ୍ୱ ମନମୋହନଙ୍କ ନାଁରେ ମୋହର ମାରିଛନ୍ତି । ମନମୋହନଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ସରକାର ଗଢ଼ିବାରେ ସଫଳ ହୋଇଥିଲା ।