ନୂଆଦିଲ୍ଲୀ,୦୪/୦୨: କଳା କୋର୍ଟ ପିନ୍ଧିଲେ ମମତା। ଭାରତ ଇତିହାସରେ ଆଜି ପ୍ରଥମଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ତାଙ୍କର ପକ୍ଷ ସୁପ୍ରିମକୋର୍ଟରେ ରଖିଛନ୍ତି ।ଏସଆଇଆର ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମକୋର୍ଟରେ ଦାୟର କରିଥିବା ପିଟିସନ ଉପରେ ପ୍ରଥମ ଶୁଣାଣି କରାଯାଇଛି । ନିଜେ ଉପସ୍ଥିତ ରହି ନିଜ ପକ୍ଷ ରଖିଛନ୍ତି ମମତା । ଯାହାକୁ ଆଧାର କରି ନିର୍ବାଚନ କମିଶନଙ୍କଠୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ମମତା ବାନାର୍ଜୀଙ୍କ ପିଟିସନ ଉପରେ ଶୁଣାଣି କରି କୋର୍ଟ ବିଭିନ୍ନ ଦିଗ ଗୁଡିକୁ ତର୍ଜମା କରିଛନ୍ତି । ପିଟିସନ ଉପରେ ଶୁଣାଣି କରି କୋର୍ଟ ଇସିଆଇଙ୍କୁ ନୋଟିସ ପଠାଇ ଜବାବ ମାଗିଛନ୍ତି । ସୋମବାର ହେବ ପରବର୍ତ୍ତୀ ଶୁଣାଣି । ଏସଆଇଆର ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ମମତା । ଏସଆଇଆରକୁ ଏକ ପକ୍ଷପାତିତା ପ୍ରକ୍ରିୟାର ନାଁ ଦେଇଛନ୍ତି ପଶ୍ଚିମବଙ୍ଗ ସରକାର । କିନ୍ତୁ ଏହାକୁ ଦେଶହିତ ଓ ସ୍ବଚ୍ଚ ପ୍ରକିୟା ବୋଲି ଦାବି କରୁଛନ୍ତି ସରକାର ।