ଭୁବନେଶ୍ୱର,୩୦/୦୯: ଆଜି ପୀଠେ ମହାନବମୀ ଏବଂ ମଣ୍ଡପରେ ମହାଷ୍ଟମୀ ପୂଜା ଚାଲିଛି। କଟକ, ଭୁବନେଶ୍ବର, ବାଲେଶ୍ବର, ରାଉରକେଲା, ସମ୍ବଲପୁର ସବୁଠି ଦୁର୍ଗାପୂଜା ପାଇଁ ଆଧ୍ୟାତ୍ମିକ ପରିବେଶ । ମାଆଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟ ପ୍ରବଳ ଗହଳି ଲାଗିଛି । ସ୍ବତନ୍ତ୍ର ରୀତିନୀତି ଅନୁସାରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି। ଅନ୍ୟପଟେ ଦୁର୍ଗାପୂଜା ଅବସରରେ ମହାସପ୍ତମୀରୁ ବିଜୟା ଦଶମୀ ଯାଏ ୪ ଦିନ ଧରି ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ ତାରିଣୀ । ଦଶହରାରେ ଗୋଟିଏ ପଟେ, ପୀଠାସୀନ ଦେବୀ ଓ ଅନ୍ୟପଟେ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତିଙ୍କ ମଧ୍ୟରେ ଘଟିଛି ଅପୂର୍ବ ସମନ୍ବୟ । ନବରାତ୍ରରେ ମା’ଙ୍କ ପାଖରେ ଚାଲିଛି ହୋମଯଜ୍ଞ ଓ ଚଣ୍ଡୀପାଠ ।