ନୂଆଦିଲ୍ଲୀ,୨୮/୦୧: ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ବାରଙ୍କ ଦେହାନ୍ତ ହୋଇଛି । ବାରାମତି ଜିଲ୍ଲା ପରିଷଦ ନିର୍ବାଚନ ପ୍ରଚାର ପାଇଁ ଚାଟାର୍ଡ ପ୍ଲେନରେ ଯାଉଥିଲେ ଅଜିତ୍ । ଅବତରଣ ବେଳେ ବିମାନ ଖସିପଡ଼ି ସେଥିରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଡିଜିସିଏ ସୂଚନା ଦେଇଛି । ତେବେ ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଦୁର୍ଟଘଣାଗ୍ରସ୍ତ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବିମାନ ଦୁର୍ଘଟଣା ଘଟିବା ପରେ ତୁରନ୍ତ ଅଜିତଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି ।