ମହାପ୍ରସାଦରେ ରାସାୟନିକ ଯୁକ୍ତ ଚାଉଳ ବ୍ୟବହାରକୁ ନାହିଁ ଅନୁମତି, ଲାଗି ହେବ ଜୈବିକ ଚାଉଳ

ଭୁବନେଶ୍ୱର,୨୩/୦୬: ମହାପ୍ରସାଦରେ ରାସାୟନିକ ଯୁକ୍ତ ଚାଉଳ ବ୍ୟବହାରକୁ ଅନୁମତି ନାହିଁ। ଚଳିତ ବର୍ଷ ପ୍ରଥମକରି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ କୋଠ ଭୋଗରେ ଲାଗି ହେବ ଜୈବିକ ଚାଉଳ, ଅମୃତ ଅନ୍ନ। ଭୋଗ ମଣ୍ତପରେ ମଧ୍ୟ ନିର୍ଦ୍ଦିଷ୍ଟ ପରିମାଣର ଅନ୍ନ ମହାପ୍ରସାଦ ରନ୍ଧା ହେବ । ସୁଲଭ ଦରରେ ଏହି ମହାପ୍ରସାଦ ପାଇବେ ଭକ୍ତ । ମହାପ୍ରସାଦର ଗାରିମା ଓ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।ପ୍ରତ୍ୟେକ ଦିନ କୋଠ ଭୋଗରେ ପ୍ରାୟ ୮୦ କିଲୋ ଚାଉଳ ମହାପ୍ରସାଦ ପାଇଁ ଓ ପରେ ଅନ୍ୟାନ୍ୟ ପିଠା ଆଦି ପାଇଁ ମଧ୍ୟ ଚାଉଳ ବ୍ୟବହାର ହୁଏ । ବାସୁଭୋଗ, କଳାଜିରା, ମଲ୍ଲି, ବାସନ୍ତୀ ଚୁଡ଼ି, ହଳଦୀ ଚୁଡ଼ି, ବିରୋଧାନ ସାମ୍ପୁଲ ପରୀକ୍ଷଣ ପରେ କଳାଜିରାକୁ କୋଠ ଭୋଗରେ ଲାଗୁ ହେବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଗକୁ ଭୋଗ ମଣ୍ଡପରେ ମଧ୍ୟ ଲାଗୁ ହେବାକୁ ଯୋଜନା ରହିଛି ।